ଅବସର କାଳୀନ ସମ୍ବର୍ଦ୍ଧନା ସଭା


ଜଗନ୍ନାଥ ପ୍ରସାଦ(ନୂଆ ସକାଳ): ୩୧.୦୭.୨୦୨୬: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ ବିଦ୍ୟାଳୟର ତର୍କଶାସ୍ତ୍ର ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଶ୍ରୀମତୀ ଆରତୀ ମହାପାତ୍ର, ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସୁନୀଲ କୁମାର ମୁନି ଓ ଭଣ୍ଡାର ଗୃହ ରକ୍ଷକ ଶ୍ରୀଯୁକ୍ତ ଶ୍ୟାମଘନ ପ୍ରଧାନ ନିଜ ସେବା କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି ।

ପ୍ରଥମେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାନେ ଅବସର ଗ୍ରହଣ କରୁଥବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିଥିଲେ । ପରବର୍ତ୍ତୀ ସମୟରେ କର୍ମଚାରି ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କର୍ମଚାରି ପରିଷଦ ସମ୍ପାଦକ ଅଧ୍ୟାପକ ରାଧାମାଧବ ପ୍ରଧାନ ପରିଚାଳନା କରିଥିଲେ । ଅତିଥି ଭାବେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଦାର୍ଥ ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ ରଥ, ପୂର୍ବରୁ ଅବସର ନେଇଥିବା ପ୍ରାଧ୍ୟାପକ ଶ୍ରୀଯୁକ୍ତ ମିହିର କୁମାର ଶତପଥି ଓ ଅଧ୍ୟାପକ ଶ୍ରୀଯୁକ୍ତ ସୁନିର କାନ୍ତ ମିଶ୍ର ଯୋଗ ଦେଇ ନିଜର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅଧ୍ୟାପକ ହାଡ଼ୁବନ୍ଧୁ ପ୍ରଧାନ, ରଞ୍ଜନ କୁମାର ପ୍ରଧାନ, ଅଶ୍ୱିନୀ କୁମାର ପରମଗୁରୁ, ଜଗନ୍ନାଥ ସାହୁ, ଶୁଭମ୍ ମହାନ୍ତି, ଅଧ୍ୟାପିକା ନିବେଦିତା ସାହୁ, ଆସ୍ମା ନନ୍ଦ, ଡେମୋନଷ୍ଟେଟର ଏ ରାମମୂର୍ତ୍ତି ଦୋରା, ଶଙ୍କର୍ଷଣ ପାତ୍ର, ସୁଶାନ୍ତ ପାତ୍ର, ଗ୍ରନ୍ଥାଗାରିକ ନକୁଳ ପାତ୍ର, ମୁଖ୍ୟ କିରାଣୀ ମଦନ ମାଝୀ ଓ କଲେଜର ସମସ୍ତ କର୍ମଚାରି ଉପସ୍ଥିତ ରହି ବିଦାୟୀ କର୍ମଚାରୀଙ୍କ ଅତୀତ ଓ ବର୍ତ୍ତମାନର ସ୍ମୃତିକୁ ମନେ ପକାଇ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ ।

ଡି.ଇ.ଓ ସରୋଜ କୁମାର ନାୟକ ସମେତ କଲେଜ୍ କର୍ମଚାରୀ ରବୀନ୍ଦ୍ର ପ୍ରଧାନ, ବନବାସୀ ପ୍ରଧାନ, ସନ୍ତୋଷ କୁମାର ପଟ୍ଟନାୟକ, ମନ୍ମଥ କୁମାର ମହାନ୍ତ, ସୀମାଞ୍ଚଳ ମହାନ୍ତି, ଧୋବା ପ୍ରଧାନ, ଭବାନି ଶଙ୍କର ମାଝୀ, ସନ୍ତୋଷ ନାଇକ ଓ ପୁରାତନ ଛାତ୍ର ପ୍ରତାପ କୁମାର ଦାଶ, ବିଭୂତି ଭୂଷଣ ନାୟକ, ସ୍ୱେଚ୍ଛାସେବୀ ଚନ୍ଦ୍ରକାନ୍ତ ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ।

Thanks for reading: ଅବସର କାଳୀନ ସମ୍ବର୍ଦ୍ଧନା ସଭା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.